ଓଡ଼ିଆ ନ୍ୟୁଜ୍: ମଦ ଭାଟି ଉପରେ ଅବକାରୀ ବିଭାଗର ରେଡ୍। ସାଲିଆ ସାହିରେ ଥିବା ମଦ ଭାଟି ଉପରେ ଚାଲିଛି ରେଡ୍।ଶହ ଶହ ଲିଟର ମଦ ଜବତ ସହ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପୋଚ୍ ନଷ୍ଟ। ରେଡ୍ ବେଳେ ମଦ ଭାଟି ଛାଡ଼ି ମାଲିକ ଚମ୍ପଟ୍।ସାଲିଆ ସାହି ଭିତରେ ପୋଚ ରାନ୍ଧୁଥିବା ବେଳେ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ବିଭାଗ ।
୨ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ମଦ ପ୍ରସ୍ତୁତକାରୀ ସମସ୍ତ ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଏହି ମଦ ସବୁ ବେଧଡକ ଭାବେ ଜନବସତି ଭିତରେ ତିଆରି ହେଉଥିଲା ଏବଂ ପୂଜାରେ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାନ୍ତା । ଏହା ପୂର୍ବରୁ ଅବକାରୀ ବିଭାଗ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍ ଏସବୁ ପୋଚ ଓ ମଦ ନଷ୍ଟ କରିଛନ୍ତି ।