୪ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

0

ଓଡ଼ିଆ ନ୍ୟୁଜ୍: ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର।୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର। ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ। କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ହେଲା ପାରିତ।ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି। ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍‌ ମିଳିବ।ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ। ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ।

ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଅନୁମୋଦିତ | ଶିକ୍ଷା ଅଧିକାରୀ ଆଇନ୨୦୦୯ର ଉଦ୍ଦେଶ୍ୟକୁ ପୂରଣ ପାଇଁ ସମନ୍ୱୟ ରକ୍ଷା କରି ପ୍ରତି ପଞ୍ଚାୟତ ସ୍ତରରେ ପ୍ରାଥମିକ ସ୍ତରରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ସ୍ଥାପନ ହେବ | ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୨୦୦ଟି ବିଦ୍ୟାଳୟ ନିର୍ମାଣ ହେବ। ଏଥିଲାଗି ଖର୍ଚ୍ଚ ହେବ ୧୨ ଶହ କୋଟି ଟଙ୍କା | ୫ କୋଟି ରୁ ଅଧିକ ଟଙ୍କା ଗୋଟିଏ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ | ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ଏବଂ ପରେ ସମସ୍ତ ପଞ୍ଚାୟତରେ ନିର୍ମାଣ କରାଯିବ।

ଏଣେ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ଡିପିଆର୍ ପ୍ରସ୍ତୁତି ସରିଛି | ୬୯ ଏକରରେ ପାରିପାର୍ଶ୍ୱିକ ଉନ୍ନତି ହେବ | ଏଥିଲାଗି ଖର୍ଚ୍ଚ ହେବ ୨୨୬ କୋଟି ଟଙ୍କା | ଏକ ହଜାର ବିଶିଷ୍ଟ ଯାତ୍ରୀ ନିବାସ, ନଡ଼ିଆ ଭଣ୍ଡାର, ଏକା ସାଙ୍ଗରେ ବସିଲା ଭଳି ୫୦୦ ସିଟ ବିଶିଷ୍ଟ ହଲ ନିର୍ମାଣ ହେବ।

Leave A Reply

Your email address will not be published.