ଓଡ଼ିଆ ନ୍ୟୁଜ୍: ଦୁର୍ଗା ପୂଜା ପାଇଁ ଟ୍ରାଫିକ୍ କଟକଣା; ଦିନ ୨ଟା ପରେ NHରେ ଭାରିଯାନ ମନା। ଖୋର୍ଦ୍ଧା ଓ କଟକ ପଟୁ ଭାରିଯାନ ଆସିବା ବାରଣ କଲେ ଟ୍ରାଫିକ୍ ଡିସିପି। ଦିନ ୨ଟା ପରଠାରୁ ନିର୍ଦ୍ଧିଷ୍ଟ କେତେକ ରୁଟ୍ରେ ଗଡ଼ିବନି ‘ଆମ ବସ୍’।ପାର୍କିଂ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡ଼ି ରଖିଲେ ଉଠାଇ ନେବ ପୋଲିସ। ମଣ୍ଡପ ଆଗରେ ଗାଡ଼ି ରଖି ଦର୍ଶନ କଲେ ପୋଲିସ କାଟିବ ଫାଇନ୍। ଭିଡ଼ ଉପରେ ଦୃଷ୍ଟି ଦେଇ ପୂଜା ବୁଲିବା ଯୋଜନା କରନ୍ତୁ- ଟ୍ରାଫିକ୍ ଡିସିପି।