ମେଡିକାଲ୍‌ରୁ ରୋଗୀ ନିଖୋଜ!

0

ଓଡ଼ିଆ ନ୍ୟୁଜ୍: ମେଡିକାଲରୁ ରୋଗୀ ନିଖୋଜ।ବଲାଙ୍ଗୀର ଜିଲାସ୍ଥିତ ଭୀମ ଭୋଇ ମେଡିକାଲ କଲେଜରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସର୍ଜରୀ ଓ୍ବାର୍ଡରୁ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଗୁରୁବାର ରାତି ୧୧ଟାରୁ ରୋଗୀ ଜଣକ ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି।

ରୋଗୀ ଜଣକ କଳାହାଣ୍ଡି ଜିଲା ହରଲଙ୍ଗା ଗାଁରେ ପ୍ରତାପ ବେହେରା ଦଳେଇ ବୋଲି ଜଣାପଡିଛି। ଗରମ ପାଣିରେ ଗୋଡ଼ ପୋଡିଯିବାରୁ ଗତ ରବିବାର ଦିନଠାରୁ ଭର୍ତ୍ତି ହୋଇଥିଲେ ପ୍ରତାପ। ହସ୍ପିଟାଲ କର୍ତ୍ତୃପକ୍ଷ ୧୪ ଘଣ୍ଟା ପରେ ମଧ୍ୟ ଥାନାରେ ନିଖୋଜ ସମ୍ପର୍କରେ କାହିଁକି ଜଣାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।

Leave A Reply

Your email address will not be published.