ଓଡ଼ିଆ ନ୍ୟୁଜ୍: ମଧ୍ୟପ୍ରଦେଶ କପ ସିରଫ ଖାଇ ଶିଶୁ ମୃତ୍ୟୁ ପରେ ଆକ୍ସନ ମୋଡରେ କେନ୍ଦ୍ର ଓ ରାଜ୍ୟ ସରକାର। କର୍ଣ୍ଣାଟକରୁ ଓଡ଼ିଶା ସହ 4 ରାଜ୍ୟକୁ ଆସିଥିଲା ଏହି କଫ ସିରପ। ବରଗଡ଼ ଜିଲ୍ଲାକୁ 130ଟି କଫ ସିରପ ଆସିଥିଲା। ତାକୁ ଡ୍ରକ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ସିଜ କରିବା ସହ ଲ୍ୟାବକୁ ପଠା ଯାଇଛି। କୌଣସି ରିଟେଲର ପାଖାକୁ ଏହା ଯାଇନି। ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ। ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାରଙ୍କ ସତର୍କତା ମୂଳକ ଆଡ଼ଭାଇଜରି ଜାରି କରିଛନ୍ତି। 2 ବର୍ଷରୁ କମ ପିଲାଙ୍କୁ କପ ସିରପ ସମ୍ପୂର୍ଣ୍ଣ ବ୍ୟାନ କରାଯାଇ ନାହିଁ। ଡାକରଙ୍କ ପରାମର୍ଶ ନେଇ ଦେଇ ପାରିବେ।
ବରଗଡ଼କୁ ଆସିଥିବା 130 କପ ସିରଫ ଜବତ ପରେ ରାଜ୍ୟର ସମସ୍ତ ଡ୍ରଗିଷ୍ଟ, କେମିଷ୍ଟ ଆସୋସିଏସନ ଓ ରିଟେଲରଙ୍କୁ ଚେତବନୀ ଦେବା ସହ ସରକୁଲାର ଜାରି କରାଯାଇଛି। ଲୋକଲ ମ୍ୟାନୁଫେକଚର କମ୍ପାନୀଙ୍କ ସହ ବୈଠକ ନିଆଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି। ବର୍ତ୍ତମାନ ସୁଧା ଆମ ରାଜ୍ୟରେ କପ ସିରଫକୁ ନେଇ କୌଣସି ସାଇଡ଼ ଇଫେକ୍ଟ ହୋଇନାହିଁ। ତାହାସହ ଆମେ ଟାକ୍ସ ଫୋର୍ସ ସହାୟତାରେ ଚଢାଓ ଜାରି ରହିଛି। ଆଗକୁ ରହିବ।