ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା NACର କାର୍ଯ୍ୟନିର୍ବାହୀ ଅଧିକାରୀ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ରିଲିଜ୍‌ ଅର୍ଡର ଓ ଏରିୟର କରାଇଦେବାକୁ ଲାଞ୍ଚ ନେଉଥିଲେ।

ଧରାପଡିବା ପରେ OAS ଅଧିକାରୀଙ୍କ ୩ଟି ସ୍ଥାନରେ ରେଡ୍‌ ଆରମ୍ଭ ହୋଇଛି। ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ମଧ୍ଯ ଚଢାଉ କରିଛି। ଏହାପରେ ଭିଜିଲାନ୍ସ ଟିମ୍ ବନମାଳୀଙ୍କୁ ଅଧିକ ଜେରା ପାଇଁ ବ୍ରହ୍ମପୁର ଏସପି ଅଫିସକୁ ନେଇଛନ୍ତି। ଘଟଣାରୁ ପ୍ରକାଶ ଯେ ବେଲଗୁଣ୍ଠା ଏନ୍ଏସିରେ ଏମ୍ ଆଇ ଏସ ସରୋଜ ଜେନା ଚାକିରି କରୁଥିଲେ। ତାଙ୍କର ୩ ମାସ ପୂର୍ବେ ନୟାଗଡ଼ ମ୍ୟୁନିସିପାଲଟିକୁ ବଦଳି ହୋଇଯାଇଥିଲା । ଏହାପରେ ସରୋଜ ନୟାଗଡ଼ ଚାଲି ଯାଇଥିଲେ।

କିନ୍ତୁ ତାଙ୍କର ଏଲପିସି ଯାଇନଥିଲା। ଏନେଇ ସରୋଜ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଏଲପିସି ପଠାଇବା ପାଇଁ ବହୁବାର ଅନୁରୋଧ କରିଥିଲେ। କିନ୍ତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶତପଥି ଏଲପିସି ପଠାଇବା ପାଇଁ ୨୫ ହଜାର ଟଙ୍କା ଦାବି କରିଥିଲେ। ଫଳରେ ସରୋଜ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ର ସହଯୋଗ ଲୋଡିଥିଲେ। ଆଜି ସକାଳ ପ୍ରାୟ ୯ଟା ସମୟରେ ପୂର୍ବ ଯୋଜନା ପ୍ରକାରେ ସରୋଜ କାର୍ଯ୍ୟନିର୍ବାହୀ ଅଧିକାରୀ ଲଙ୍କୁ କେମିକାଲ ବୋଲା ଟଙ୍କା ଅଫିସ୍ ଛକରେ ଦେଇଥିଲେ। ଏହି ସମୟରେ ଅଫିସ୍ ଛକରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ବନମାଳୀଙ୍କୁ କାବୁ କରିନେଇଥିଲେ।

Leave A Reply

Your email address will not be published.