ଓଡ଼ିଆ ନ୍ୟୁଜ୍: ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡ଼ା ଚେତାବନୀ। ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ କମିଶନର।ଦରଘା ବଜାର ଓ କଦମ ରସୁଲରେ ପୋଲିସର ଫ୍ଲାଗମାର୍ଚ୍ଚ। କଟକ ସହର ସାରା ପୋଲିସ ମୁତୟନ ଅଛନ୍ତି, ସ୍ଥିତି ସ୍ବାଭାବିକ ଅଛି।ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି। ସୋସିଆଲ ମିଡିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି, ଭାଇରାଲ କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବାବେଳେ କଟକ ସହର ସାରା ପୋଲିସ ମୁତୟନ ରହିଛି। ତେବେ ସ୍ଥିତି ସ୍ବାଭାବିକ ଥିବା କହିଛନ୍ତି ସିପି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି। ଭାଇରାଲ ବି କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କଡ଼ା ଚେତାବନୀ ଦେଇଛନ୍ତି।