ଓଡ଼ିଆ ନ୍ୟୁଜ୍: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ। ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ। RED ZONE ଅବଧି ୩ ବର୍ଷ; ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ବୈଧତା।ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା। ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି। ଯେଉଁଥିରେ ସଫାସଫା ଲେଖାହେଇଛି ଗତମାସ ସେପ୍ଟେମ୍ବର 26 ତାରିଖରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଭାବେ ଘୋଷଣା କରାଯିବା କଥା । ଏହାର ଅବଧି ତିନିବର୍ଷ ମଧ୍ୟ ରହିଛି ଅର୍ଥାତ 2028 ସେପ୍ଟେମ୍ବର 25 ତାରିଖରେ ଏହାର ସମୟସୀମା ପୂରଣ ହେବ।