ବିହାର ପାଇଁ ବିଜେପି ପ୍ରାର୍ଥୀ ତାଲିକା

0

ଓଡ଼ିଆ ନ୍ୟୁଜ୍: ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ର୍ରାର୍ଥୀ ତାଲିକା ଜାରି କଲା ବିଜେପି। ପ୍ରଥମ ପର୍ଯ୍ୟାୟ ତାଲିକାରେ ୭୧ ଜଣଙ୍କ ନାଁ ଘୋଷଣା, ୯ ମହିଳା।ତାରାପୁରରୁ ଲଢ଼ିବେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ।ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଲଖୀସରାଇରୁ ଲଢ଼ିବେ।ବାଙ୍କିପୁରରୁ ମନ୍ତ୍ରୀ ନୀତିନ ନବୀନ ଓ ବେତିଆରୁ ରେଣୁ ଦେବୀ ପ୍ରାର୍ଥୀ।ଦାନାପୁରରୁ ଲଢ଼ିବେ ବରିଷ୍ଠ ନେତା ରାମକୃପାଳ ଯାଦବ।ମୋଟ୍ ୧୦୧ ଆସନରେ ନିର୍ବାଚନ ଲଢ଼ିବ ବିଜେପି।ଏହି ତାଲିକାରେ ଭାଜପା ସମସ୍ତ ସାମାଜିକ ବର୍ଗଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛି। ପ୍ରଥମ ତାଲିକାରେ ପଛୁଆ ବର୍ଗ, ଅତ୍ୟନ୍ତ ପଛୁଆ ବର୍ଗ, ମହିଳା, ଅନୁସୂଚିତ ଜାତି ଏବଂ ଜନଜାତିଙ୍କୁ ୫୦ ପ୍ରତିଶତରୁ ଅଧିକ ପ୍ରତିନିଧିତ୍ୱ ଦିଆଯାଇଛି।

କୁମ୍ଭାରରୁ ଅରୁଣ ସିହ୍ନା ଏବଂ ପାଟନା ସାହିବରୁ ନନ୍ଦ କିଶୋର ଯାଦବଙ୍କ ଟିକେଟ ବାତିଲ କରାଯାଇଥିଲା। ୭୦ବର୍ଷରୁ ଅଧିକ ବୟସ୍କ ପ୍ରେମ କୁମାର ଗୟାରୁ ଟିକେଟ୍‌ ପାଇବାରେ ସଫଳ ହୋଇଛନ୍ତି। ଲୋକ ସଭା ନିର୍ବାଚନରେ ପରାଜିତ ହୋଇଥିବା ଦୁଇ ନେତାଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇଛି। ବକ୍ସରୁ ଲୋକ ସଭା ପ୍ରାର୍ଥୀ ଥିବା ମିଥାଇଲେଶ ତିଓ୍ବାରୀଙ୍କୁ ବାଇକୁନ୍ତପୁରରୁ ଟିକେଟ ଏବଂ ପାଟଲିପୁତ୍ରରୁ ଲୋକ ସଭା ପ୍ରାର୍ଥୀ ରାମ କୃପାଳ ଯାଦବଙ୍କୁ ଦାନପୁରରୁ ଟିକେଟ ଦିଆଯାଇଛି।

Leave A Reply

Your email address will not be published.