ଶେରଗଡ଼ ଥାନା ଆଗରେ ଉତ୍ତେଜନା

0

ଓଡ଼ିଆ ନ୍ୟୁଜ୍: ଶେରଗଡ଼ ଥାନା ସମ୍ମୁଖରେ ପ୍ରବଳ ଉତ୍ତେଜନା।ଶେରଗଡ଼ ବ୍ଲକ ଯୁବ ବିଜେଡି ସଭାପତିଙ୍କୁ ଗିରଫ ପ୍ରତିବାଦରେ ହୋହଲ୍ଲା।ଜଣେ ବିଜେପି ନେତାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି।ବିନା ସର୍ତ୍ତରେ ଛାଡିବା ପାଇଁ ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ।ପରିସ୍ଥିତି ଆୟତ୍ତ ପାଇଁ ଶେରଗଡ଼ ଥାନାରେ ପହଞ୍ଚିଲେ ଅଧିକ ଫୋର୍ସ।

ସନ୍ତୋଷଙ୍କ ସମର୍ଥକମାନେ ଦୀର୍ଘ ଘଣ୍ଟା ଧରି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା, ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ଶିଆଳ, ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ଅପରାହ୍ନରେ କଡ଼ା ସୁରକ୍ଷା ବଳୟରେ ଶେରଗଡ଼ କୋର୍ଟରେ ସନ୍ତୋଷଙ୍କୁ ନିଆ ଯାଇଥିଲା। ସନ୍ତୋଷଙ୍କ ଜାମିନ ନାମଞ୍ଜୁର ପରେ ତାଙ୍କୁ ଆସିକା ଜେଲ୍‌କୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.