ନୂଆପଡ଼ା ବିକାଶ ଦାୟିତ୍ୱ ମୋର: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ାରେ ବିଜେପିର ଶକ୍ତି ପ୍ରଦର୍ଶନ; ମୁଖ୍ୟମନ୍ତ୍ରୀ, ସଭାପତି ସାମିଲ୍‌। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରିପରିଷଦର ଏକାଧିକ ମନ୍ତ୍ରୀ ଉପସ୍ଥିତ।ବିଜେପିରେ ସାମିଲ ହୋଇଥିବା ଲମ୍ବୋଦର ନିଆଲ ମଧ୍ୟ ଉପସ୍ଥିତ।ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ମଧ୍ୟ ସଭାମଞ୍ଚରେ ବସିଲେ।ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ପାଇଁ ନେଲେ ସଂକଳ୍ପ। ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ।

‘ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି’।‘ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ’। ‘ପୂର୍ବ ସରକାରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ’। ‘ମାତ୍ର ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି’।‘ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ’।

Leave A Reply

Your email address will not be published.