ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ରାଜନୀତିରେ ବିଜେଡିକୁ ପୁଣି ଏକ ଝଟ୍କା।ବିଜେପିରେ ସାମିଲ ହେଲେ ଲମ୍ବୋଦର ନିଆଲ।କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍ରେ ଲଢ଼ିଥିଲେ।ନୂଆପଡ଼ା ଉପନିର୍ବାଚନ ପାଇଁ ବୁଧବାର ଉଭୟ ଶାସକ ଭାଜପା ଏବଂ ବିରୋଧୀ ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଭାଜପା ଟିକେଟ ଦେଇଛି। ଏନେଇ ଭାଜପା ସଂସଦୀୟ ବୋର୍ଡ ପକ୍ଷରୁ ବୁଧବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେଡିର ପ୍ରାର୍ଥୀ ଘୋଷଣା। ବିଜେଡି ଏହି ଉପନିର୍ବାଚନରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଜୁ ମହିଳା ଜନତା ଦଳର ସଭାପତି ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ ବାହାରୁ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହା ନବୀନଙ୍କ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍ ବୋଲି ଚର୍ଚ୍ଚା ହେଉଛି।