ମୁନା ମହାନ୍ତିର ୪ ଦାମୀ ଗାଡ଼ି ଜବତ

0

ଓଡ଼ିଆ ନ୍ୟୁଜ୍: ପୋଲିସ୍‌ SI ପରୀକ୍ଷା ସ୍କାମ୍‌ ଅଭିଯୁକ୍ତ ମୁନା ମହାନ୍ତିର ୪ ଗାଡ଼ି ଜବତ।ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ୪ ଦାମୀ ଗାଡ଼ିକୁ ଜବତ କଲା କ୍ରାଇମ୍‌ବ୍ରାଞ୍ଚ।ଗୋଟିଏ ଥର୍, ଗୋଟିଏ ସ୍କର୍ପିଓ ଓ ୨ଟି ହାଇଓ୍ୱା ଜବତ। ଗତକାଲି କ୍ରାଇମ୍ ବ୍ରାଞ୍ଚ ଏହି ମାମଲାରେ ଦଶପଲ୍ଲା ବ୍ଲକ କୁଜାମଣ୍ଢି ପଞ୍ଚାୟତର ବନ୍ଧଖମଣସ୍ଥିତ ଦଶପଲ୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଟି. ଅଭିମନ୍ୟୁ ଦୋରାଙ୍କ ଫାର୍ମ ହାଉସରୁ ମୋଷ୍ଟ ୱାଣ୍ଟେଣ୍ତ ଥିବା ଶଙ୍କର ପୃଷ୍ଟିଙ୍କ ଘନିଷ୍ଠ ସହଯୋଗୀ ମୁନା ମହାନ୍ତିଙ୍କ ସମେତ ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ଓ ଟି. ଅଭିମନ୍ୟୁ ଦୋରାଙ୍କୁ ଗିରଫ କରିଛି।

ମୁନା ମହାନ୍ତିର କଳା ସାମ୍ରାଜ୍ୟର ରହସ୍ୟ ଖୋଲିବାରେ ଲାଗିଛି। ମୁନା ଦଶପଲ୍ଲାରେ ତାର ନେଟ୍ୱୱାର୍କ ଚଳାଇଥିବା ଜଣାପଡ଼ିଛି। ଯାହାକି ଦୁଇ ଦୁଇଟି ହାଇୱା ବାଲିଘାଟରେ ଲଗାଇ ଟଙ୍କା ରୋଜଗାର କରୁଥିଲା। କ୍ରାଇମ୍ ବ୍ରାଞ୍ଚର ଏହି ମାମଲା ପରେ ଦଶପଲ୍ଲାର ଏକ ପେଟ୍ରୋଲ ପମ୍ପରେ ଦୀର୍ଘଦିନ ଧରି (ଓଡ଼ି ୦୨ ସିୟୁ ୬୫୫୧) ଏବଂ (ଓଡ଼ି ୦୨ ଡ଼ିଡ଼ି ୬୫୫୧) ହାଇୱା ଦୁଇଟି ରହିଥିବା ବେଳେ ଗତକାଲି ମୁନାକୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିବା ପରେ ଦଶପଲ୍ଲା ପୁଲିସ ହାଇୱା ଦୁଇଟିକୁ ନିଜ ହେପାଜତକୁ ନେଇଛି। ଏହାରି ମଧ୍ୟରେ ଆଜି ମଧ୍ୟ ଆଉଏକ ଫାର୍ମ ହାଉସରୁ ସେ ବ୍ୟବହାର କରୁଥିବା ଦାମି ଥର୍ ଗାଡି (ଓଡ଼ି ୦୨ ଡ଼ିଜି ୨୪୮୭)କୁ ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା ଜବତ କରିଥିବା ସୂଚନା ଦେଇଛନ୍ତି।

Leave A Reply

Your email address will not be published.