ଅପରାଧିକ ତଥ୍ୟ ପ୍ରକାଶ କରନ୍ତୁ: ନିର୍ବାଚନ ଆୟୋଗ

0

ଓଡ଼ିଆ ନ୍ୟୁଜ୍:ନୂଆପଡ଼ା ଉପନିର୍ବାଚନ: ଅପରାଧିକ ତଥ୍ୟ ପ୍ରକାଶ ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ।୪୮ ଘଣ୍ଟାରେ ତଥ୍ୟ ପରିପ୍ରକାଶ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆରେ ତଥ୍ୟ ଦେବେ।ୱେବ୍‌ସାଇଟ୍ ମାଧ୍ୟମରେ ବି ଅପରାଧିକ ତଥ୍ୟ ଦେଇପାରିବେ ପ୍ରାର୍ଥୀ। ନୂଆପଡ଼ା ଉପନିର୍ବାଚନ ମଣ୍ଡଳୀ ସମେତ ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କ ସମସ୍ତ ପୂର୍ବବର୍ତ୍ତୀ ଅପରାଧିକ ତଥ୍ୟ ପରିପ୍ରକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ଅଟେ।

ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀଚୟନର ୪୮ ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ସ୍ୱକୀୟ ଅଫିସିଆଲ ସୋସିଆଲ ମିଡ଼ିଆ ଓ ୱେବସାଇଟ ମାଧ୍ୟମରେ ଫର୍ମ-ସି ୭ (Form C-7)ର ସୁସ୍ପଷ୍ଟ ପରିପ୍ରକାଶ କରିବେ। ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ-୮ ସି (Form 8 C) (ଫର୍ମ-ସି ୭ (Form C7)ର ନକଲ ସଂଲଗ୍ନ କରି) ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପ୍ରେରଣ କରିବେ। ନାମାଙ୍କନର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୫ (ସୋମବାର) ସୁଦ୍ଧା ଫର୍ମାଟ-ସିଏ (Format CA)କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ।

 

Leave A Reply

Your email address will not be published.