ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ।ପିସିସି ସଭାପତିଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କଲେ।କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଉପସ୍ଥିତ।ବିରାଟ ରାଲିରେ ଆସି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ।
ଅନ୍ୟପକ୍ଷେ, ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି। ବିଜେଡି ତାର ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ଅଜୟ ଲଲ୍ଲୁ, ଭକ୍ତ ଦାସ, ରାମଚନ୍ଦ୍ର କାଡ଼ାମ ଅଛନ୍ତି।