ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୨୦ ଓ ୨୧ ତାରିଖ ଦୀପାବଳି ଛୁଟି ଘୋଷଣା

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି।ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ।ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା।ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ। ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା।

ଚଳିତବର୍ଷ ଦୀପାବଳି ପାଇଁ ସରକାରୀ ଛୁଟିର ତାରିଖ ପରିବର୍ତ୍ତନ ନେଇ ଏକ ଫାଇଲ ରାଜସ୍ବ ବିଭାଗ ପକ୍ଷରୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ସରକାରଙ୍କ ଅନୁମୋଦନ ପରେ ଦୀପାବଳି ଛୁଟି ସେପ୍ଟେମ୍ବର ୨୧(ମଙ୍ଗଳବାର) ପରିବର୍ତ୍ତେ ୨୦ ତାରିଖ(ସୋମବାର)କୁ ଘୋଷଣା ହେବ ବୋଲି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜ୍ଞପ୍ତି ଅନୁଯାୟୀ, ୨୦ /୧୦ ୨୫କୁ ଅତିରିକ୍ତ ଛୁଟି ଭାବେ ଘେଷଣା କରାଯାଇଛି।

Leave A Reply

Your email address will not be published.