ଆଖି ବୁଜିଲେ ବରିଷ୍ଠ ଅଭିନେତା ଗୋବର୍ଦ୍ଧନ ଅସରାନି

0

ଓଡ଼ିଆ ନ୍ୟୁଜ୍: ବରିଷ୍ଠ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ।ଜଣାଶୁଣା ହାସ୍ୟ ଅଭିନେତା ଅସରାନି ଆଖି ବୁଜିଲେ।୮୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ।ଅସରାନିଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା।୩୫୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅସରାନି।ସେ ୧ ଜାନୁଆରି, ୧୯୪୧ରେ ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ହାସ୍ୟରସାତ୍ମକ ଅଭିନୟ ପାଇଁ ଜଣାଶୁଣା ଅସରାନି ୧୯୬୦ ଦଶକରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ।

ରିପୋର୍ଟ କରାଯାଉଛି ଯେ, ଆସରାନିଙ୍କ ଫୁସଫୁସ ସମସ୍ୟା ଥିଲା ଏବଂ ତାଙ୍କୁ ଗତ ଚାରି ଦିନ ଧରି ଆରୋଗ୍ୟ ନିଧି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମ୍ୟାନେଜର ବାବୁ ଭାଇ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ମ୍ୟାନେଜର କହିଛନ୍ତି ଯେ, ଆସରାନିଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଛାତିରେ ତରଳ ପଦାର୍ଥ ଜମି ରହିଥିବା ଯୋଗୁ ସମସ୍ୟା ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.