ମାନୁନି ଇସ୍କନ; ପୁଣି ଚିଠି ଲେଖିଲେ ଗଜପତି

0

ଓଡ଼ିଆ ନ୍ୟୁଜ୍: ମାନୁନି ଇସ୍କନ; ପୁଣି ଗଜପତି ମହାରାଜା ଲେଖିଲେ ଚିଠି।ଭାରତ ବାହାରେ ରଥଯାତ୍ରା ନେଇ ସହମତ ହୋଇପାରୁନି ଲେଖିଲା ଇସ୍କନ୍‌।ଧାର୍ଯ୍ୟ ୯ ଦିନ ମଧ୍ୟରେ ରଥଯାତ୍ରା ନେଇ ସହମତି ହୋଇପାରୁନି ଲେଖିଲେ। ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେଶରେ ଓ ଦେଶ ବାହାରେ ସ୍ନାନଯାତ୍ରା ପାଇଁ ସମ୍ମତ- ଇସ୍କନ।୯ ଦିନରେ ଦେଶ ବାହାରେ ରଥଯାତ୍ରା ପାଇଁ ସହମତି ହୋଇପାରୁନୁ ଜଣାଇଲେ। ଯାହାକୁ ନେଇ ଗଜପତି ମହାରାଜା ଆପତ୍ତି ଉଠାଇବା ସହ ପୁଣି ଲେଖିଲେ ଚିଠି।ଇସ୍କନ GBC ଅଧ୍ୟକ୍ଷଙ୍କୁ ଗଜପତି ମହାରାଜାଙ୍କ ଚିଠି।ଇସ୍କନ GBC ସିଦ୍ଧାନ୍ତର ପୁର୍ନବିଚାର କରୁ- ଗଜପତି ମହାରାଜା।ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ।

ଚିଠିରେ ଗଜପତି ମହାରାଜା ଉଲ୍ଲେଖ କରିଛନ୍ତି ଯେ, ସିଦ୍ଧାନ୍ତର ପୁନଃ ବିଚାର କରନ୍ତୁ। ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ୱତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ। ଇସ୍କନକୁ ଗଜପତିଙ୍କ ଚିଠି ନେଇ ଶ୍ରୀ ଗଜପତି ମହାରାଜଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଶ୍ରୀ ପଣ୍ଡା ବିଜ୍ଞପ୍ତିରେ କହିଛନ୍ତି ଯେ, ଶ୍ରୀଗଜପତି ମହାରାଜାଙ୍କ ନିର୍ଦ୍ଦେଶାନୁସାରେ ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ଗତ ସେପ୍ଟେମ୍ବର ୬ ତାରିଖରେ ଶ୍ରୀଗଜପତି ମହାରାଜା ପଶ୍ଚିମବଙ୍ଗରେ ଅବସ୍ଥିତ ମାୟାପୁର ISKCON Governing Body Commissionର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ପୁରୀ)ର ଚୂଡାନ୍ତ ନିଷ୍ପଭି କ୍ରମେ ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ISKCON ମନ୍ଦିରମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥ୍ୟ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବେ।

Leave A Reply

Your email address will not be published.