ନାବାଳିକା ଦୁଷ୍କର୍ମ: ରେଡ୍‌ଫ୍ଲାଗ୍‌ ଅନ୍ତର୍ଭୁକ୍ତ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍: ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲା; ଡିଜିପିଙ୍କ କଡ଼ା ନିର୍ଦ୍ଦେଶ।ରେଡ୍‌ଫ୍ଲାଗ୍‌ ଅନ୍ତର୍ଭୁକ୍ତ ପାଇଁ ପୋଲିସ DGଙ୍କ ନିର୍ଦ୍ଦେଶ। କ୍ରାଇମବ୍ରାଞ୍ଚ CAW ମୁଖ୍ୟ ଏସ୍ ସାଇନି ଘଟଣାକୁ ମନିଟର କରିବେ।୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ।ଝାଡ଼ଖଣ୍ଡ ପୋଲିସ ସହିତ ଯୋଗାଯୋଗରେ ରହିବ ଓଡ଼ିଶା ପୋଲିସ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ଘରେ ସେକ୍ସ ରାକେଟ ଠାବ ହୋଇଥିଲା ସେହିଘରୁ ଏଡସ୍‌ ମେଡିସିନ ଜବତ ହୋଇଛି । ଏହି ମେଡିସିନ କୋଲକାତାରୁ କିଣା ଯାଇଥିଲା । ତେଣୁ ପ୍ରଶ୍ନ ଉଠୁଛି ସେକ୍ସ ରାକେଟରେ ଉଦ୍ଧାର ହୋଇଥିବା କେହି ଏଡସ ରୋଗରେ ଆକ୍ରାନ୍ତ ଥିଲେ କି । ଯଦି କେହି ଏଡସ୍‌ରେ ଆକ୍ରାନ୍ତ ଥିଲେ ତାଙ୍କ ମାଧ୍ୟମରେ କେତେ ଜଣଙ୍କୁ HIV ସ୍ପ୍ରେଡ ହୋଇଥିବ ସେମାନଙ୍କୁ ଠାବ କରାଯାଇପାରିବ କି ? ଲକ୍ଷ୍ମୀସାଗର ସେକ୍ସ ରାକେଟରେ ଏଡସ ରୋଗୀ ଥିବା ସନ୍ଦେହ ହେବା ପରେ ଏବେ ଭିତରେ ଭିତରେ ଚାପା ଗୁଞ୍ଜରଣ ଚାଲିଲାଣି ।

ଅନ୍ୟପଟେ ଏବେବି ପୋଲିସ ହାତରେ ଧରାପଡିନାହିଁ ସେକ୍ସ ରାକେଟ୍ ପରିଚାଳନା କରୁଥିବା ବାରିକ ବାବୁ । ବାରିକ ବାବୁକୁ ଧରିବା ପାଇଁ କ୍ୟାପିଟାଲ ଥାନା ପୋଲିସ ସହିତ ଲକ୍ଷ୍ମୀସାଗର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । BNS 183ରେ ନାବାଳିକାର ବୟାନ କୋର୍ଟରେ ରେକର୍ଡ କରାଯିବ ।

Leave A Reply

Your email address will not be published.