ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଫୋନ୍ କଲ୍। ଏକ୍ସ ହ୍ୟାଣ୍ଡେଲ୍ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି।ଦୀପାବଳି ଶୁଭେଚ୍ଛା ପାଇଁ ଟ୍ରମ୍ପ୍ଙ୍କୁ ଧନ୍ୟବାଦ ଜଣାଇଲେ। ‘ଆଲୋକର ପର୍ବରେ ବିଶ୍ୱକୁ ଆଶାରେ ଆଲୋକିତ କରିବା।ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ, ଆପଣଙ୍କ ଫୋନ୍ କଲ୍ ଏବଂ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଏହି ଆଲୋକର ପର୍ବରେ, ଆମର ଦୁଇଟି ମହାନ ଗଣତନ୍ତ୍ର ବିଶ୍ୱ ପାଇଁ ଆଶାର ଆଲୋକ ହୋଇ ରହିବ ଏବଂ ସମସ୍ତ ପ୍ରକାରର ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ହୋଇ ରହିବୁ।
ଟ୍ରମ୍ପ ବୁଧବାର ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ଘୋଷଣା କରିଥିଲେ ଯେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ଚମତ୍କାର ବ୍ୟକ୍ତି ଏବଂ ସମୟ ସହିତ ବହୁତ ଭଲ ବନ୍ଧୁ ହୋଇଯାଇଛନ୍ତି। “ଆମର ବହୁତ ଭଲ ଆଲୋଚନା ହୋଇଥିଲା, ଏବଂ ଆମେ ମୁଖ୍ୟତଃ ବାଣିଜ୍ୟ ବିଷୟରେ ଆଲୋଚନା କରିଥିଲୁ।”