ଓଡ଼ିଆ ନ୍ୟୁଜ୍: ଫେଲ୍ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ।ନୂଆ ଗାଇଡ୍ଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ।ପଞ୍ଚମ ଓ ଅଷ୍ଟମରେ ୫୦ ମାର୍କର ପରୀକ୍ଷା ଦେବେ।ପରୀକ୍ଷାରେ ପାସ୍ ନ କଲେ ସପ୍ଲିମେଣ୍ଟାରି ଦେବେ। ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍କୁଲରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଢାଞ୍ଚାରେ ବିରାଟ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । କିଛିମାସ ତଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ କେହି ଫେଲ୍ ହେଲେ ସେ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ ବୋଲି ନିୟମ ହୋଇଥିଲା ।
ଏବେ ଉଭୟ ଶ୍ରେଣୀ ପାଇଁ ହେଉଥିବା ପରୀକ୍ଷାର ଗାଇଡଲାଇନ୍ ଜାରି କରାଯାଇଛି । ପରୀକ୍ଷାର ଢାଞ୍ଚା ଓ ଖାତା ଦେଖା ପ୍ରକ୍ରିୟା କେମିତି ହେବ ସେଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ(ଡିଆଇଇଟି)ର କର୍ମକର୍ତ୍ତମାନେ ତାଲିମ ନେବେ । ଗାଇଡଲାଇନ କେମିତି ଲାଗୁ ହୋଇ ସଫଳ ହେବ ସେଥିପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦୃଷ୍ଟି ଦେବ ।