ପୂରଣ ହେବ ୪୨୧୯ କନଷ୍ଟେବଲ ପଦବୀ

0

ଓଡ଼ିଆ ନ୍ୟୁଜ୍: ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଲ ପଦବୀ।ସିଧାସଳଖ ନିଯୁକ୍ତ ହେବେ ୪୨୧୯ ପୋଲିସ କନଷ୍ଟେବଲ।ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ। ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଲା ଗୃହ ବିଭାଗ। ଆବଶ୍ୟକ ନିୟମାବଳୀ ପାଳନ କରି ସିଧା ନିଯୁକ୍ତି ଦିଆଯିବ।ସାଧାରଣ ପ୍ରଶାସନ ବିଭାଗର SOP ପାଳନ କରିବାକୁ ନିର୍ଦ୍ଦେଶ।

ରାଜ୍ୟରେ ଖାଲି ପଡ଼ିଥିବା କନଷ୍ଟେବଲ ପଦ ପୂରଣ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ସରକାର ବିଚାର କରିବା ପରେ ଖାଲି ପଦ ପୂରଣ ଲାଗି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ କନଷ୍ଟେବଲ ର଼୍ୟାଙ୍କ୍‌ର ଉକ୍ତ ପଦ ପୂରଣ ବେଳେ ବିଭାଗ ପକ୍ଷରୁ ଜାରି ପୃଥକ୍‌ ପୃଥକ୍‌ ନିର୍ଦ୍ଦେଶନାମା ସହିତ ଚଳିତବର୍ଷ ସେପ୍ଟେମ୍ବର ୨୨ରେ ଜାରି ହୋଇଥିବା ଏସ୍‌ଓପିକୁ ଅନୁସରଣ କରିବାକୁ ହେବ ବୋଲି ଉପସଚିବ ପତ୍ରରେ ଦର୍ଶାଇଛନ୍ତି।

Leave A Reply

Your email address will not be published.