ଓଡ଼ିଆ ନ୍ୟୁଜ୍: ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି; ୨୦ ଲକ୍ଷର ନକଲି ବିଦେଶୀ ମଦ ଜବତ। କାମାକ୍ଷାନଗର ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ରେଡ୍ ବେଳେ ଜବତ। ନକଲି ବିଦେଶୀ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ, ସିଲ୍, ବୋତଲ ଜବତ।ଚଢ଼ାଉ ବେଳେ ଖସିଗଲା ସ୍ବାମୀ, ସ୍ତ୍ରୀକୁ ଗିରଫ କରି ପଚରାଉଚରା।ପରଜଙ୍ଗ, କାମାକ୍ଷାନଗର ଓ ଭୁବନ ଅବକାରୀ ଟିମ୍ର ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ କନ୍ଦରସିଂହା ପଞ୍ଚାୟତ ଅନ୍ତର୍ଗତ କଟରାପଡ଼ା ଗାଁର ପଦ୍ମିନୀ ନାଏକ। ପଦ୍ମିନୀଙ୍କ ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଦୀର୍ଘଦିନ ଧରି ଏକ ଘର ଭିତରେ ବ୍ୟାପକ ପରିମାଣର ନକଲି ବିଦେଶୀ ବ୍ରାଣ୍ଡେଡ୍ ମଦ ତିଆରି କରାଯାଉଥିଲା। ଏହି ମଦଗୁଡିକ କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା ତାହା ଅସ୍ପଷ୍ଟ ରହିଛି। ତେବେ ଖୁବ୍ଶୀଘ୍ର ମଦ କାରଖାନାର ଗୁମର ଖୋଲିବ ବୋଲି ଅବକାରୀ ସୂତ୍ରରୁ ଖବର ମିଳିଛି।