ଓଡ଼ିଆ ନ୍ୟୁଜ୍: ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ମିଳିଲା ଶାରଳା ପୁରସ୍କାର।ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପ୍ରଦାନ କରାଗଲା ଶାରଳା ପୁରସ୍କାର।ଭୁବନେଶ୍ବରରେ ବର୍ଣ୍ଣାଢ୍ୟ ସମାବେଶରେ ପୁରସ୍କୃତ କରାଗଲା। ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ।
ଚିତ୍ରଶିଳ୍ପୀ ବଳଦେବ ମହାରଥା ଓ ସଙ୍ଗୀତ ଗୁରୁ ରାମହରି ଦାସ ମଧ୍ୟ ସମ୍ମାନିତ।ଉଭୟ ଇଲା ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ। ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ।ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଦିଆଯାଉଛି ପୁରସ୍କାର।