ଓଡ଼ିଆ ନ୍ୟୁଜ୍: ଆସୁଛି ବାତ୍ୟା ମୋନ୍ଥା। ବାତ୍ୟା ମୁକାବିଲା ପାଇଁ କଟକ ମୁଣ୍ଡଳିରୁ ଆନ୍ଧ୍ରପ୍ରଦେଶ ଗଲେ NDRFର ୩ଟି ଟିମ୍।ବିଶାଖାପାଟଣା ୨ଟି ଓ ଶ୍ରୀକାକୁଲ୍ଲମ୍ ଗଲା ଗୋଟିଏ ଟିମ୍।ବାତ୍ୟା ମୁକାବିଲା ପାଇଁ ୩ଟି ଟିମ୍ ସବୁ ସରଞ୍ଜାମ ସହିତ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗୋଟିଏ ଟିମ୍ ଶ୍ରୀକାକୁଲମ୍ ଜିଲ୍ଲା ଓ ଦୁଇଟି ଟିମ୍ ଭାଇଜାଗ୍ ଗସ୍ତ କରିଛନ୍ତି । ପ୍ରତି ଟିମ୍ରେ ୩ ଜଣ ଅଫିସର ଓ ୩୨ ଜଣ ଜବାନ ରହିଛନ୍ତି । NDRF ନିକଟରେ ପ୍ରାକୃତିକ ଓ ମନୁଷ୍ୟକୃତ ଦୁର୍ବିପାକର ମୁକାବିଲା କରିବାରେ ସମସ୍ତ ଦକ୍ଷତା ରହିଛି ।
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ । କିଛି ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ । ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ‘ମୋନ୍ଥା’ ଛୁଇଁବ ଆନ୍ଧ୍ର ଉପକୂଳ । ମଛଲିପଟନମରୁ କଳିଙ୍ଗପଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୯୦ରୁ ୧୦୦ କିଲୋମିଟର ରହିବ ।