୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମ ଓଡ଼ିଶା ଓ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବି ପ୍ରବଳ ବର୍ଷିବ। ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ।କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି।ଏସବୁ ଜିଲ୍ଲାରେ ଭୀଷଣ ବର୍ଷା ପବନ ସମ୍ଭାବନା ରହିଛି। ଉଚ୍ଚସ୍ତରୀୟ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ୮ ଜିଲ୍ଲାକୁ ଗଲେଣି ୧୨୮ ରେସକ୍ୟୁ ଟିମ୍। ଏଥିରେ ରହିଛି ୨୪ଟି ଓଡ୍ରାଫ, ୫ଟି NDRF ଓ ୯୯ଟି ଅଗ୍ନିଶମ ବାହିନୀ ଟିମ୍।

ସବୁ ଜିଲ୍ଲାକୁ ୩ଟି ଲେଖାଏଁ ଓଡ୍ରାଫ ଟିମ୍ ପଠାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ପଠାଯାଇଛି ୫ଟି NDRF ଟିମ୍। ସେହିପରି ମାଲକାନଗିରିରେ ଅଗ୍ନିଶମ ବାହିନୀର ୮ଟି ଟିମ୍ ଥିବା ବେଳେ କୋରାପୁଟରେ ୧୪, ନବରଙ୍ଗପୁରରେ ୧୦, ରାୟଗଡ଼ାରେ ୧୧, ଗଜପତିରେ ୭, ଗଞ୍ଜାମରେ ୨୪, କନ୍ଧମାଳରେ ୧୨ ଓ କଳାହାଣ୍ଡି ଜିଲ୍ଲାରେ ୧୩ଟି ଟିମ୍ ମୁତୟନ ରହିଛନ୍ତି। ଏଥିସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହୋଇପାରେ। ବାତ୍ୟାରେ କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତେଇ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।

Leave A Reply

Your email address will not be published.