ଦୁର୍ବଳ ହେଲା ବାତ୍ୟା ମୋନ୍ଥା

0

ଓଡ଼ିଆ ନ୍ୟୁଜ୍: ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ବାତ୍ୟା ‘ମୋନ୍ଥା’।ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଭୟଙ୍କର ଘୂର୍ଣ୍ଣିଝଡ଼।ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘୂର୍ଣ୍ଣିଝଡ଼ରେ ପରିଣତ।ଘଣ୍ଟାକୁ ୧୦ କିଲୋମିଟର ବେଗରେ ଗତି କରିଛି ‘ମୋନ୍ଥା।ଆନ୍ଧ୍ର ପ୍ରଦେଶର ନରସାପୁରରେ ସ୍ଥଳଭାଗ ଛୁଇଁଛି ଭୀଷଣ ବାତ୍ୟା । ରାତି ୧୧ଟା୩୦ ରୁ ୧୨ଟା ୩୦ ମଧ୍ୟରେ ଲ୍ୟାଣ୍ଡଫଲ ହୋଇଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୮୫ରୁ୯୫ କିଲୋମିଟର ପ୍ରତିଘଣ୍ଟା ଥିଲା । ବାତ୍ୟା ପ୍ରଭାବରେ ଏବେ ବି ବର୍ଷା ଲାଗି ରହିଛି । ବର୍ତ୍ତିଗଲା ଓଡ଼ିଶା ।ଆନ୍ଧ୍ର ଉପକୂଳ ଅଶାନ୍ତ ହେବା ସହିତ ସମୁଦ୍ରରେ ଉଚ୍ଚ ଢେଉ କୂଳ ଲଂଘିଛି ।

କେଉଁଠି ୨୦୦ ମିଟର ତ ଆଉ କେଉଁଠି ୫ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିଥିଲା, କିନ୍ତୁ ଓଡ଼ିଶାରେ ଯାହା ଆକଳନ କରାଯାଉଥିଲା, ସେଭଳି କ୍ଷୟକ୍ଷତି ହୋଇନାହିଁ । କେବଳ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

Leave A Reply

Your email address will not be published.