ଭିଜିଲାନ୍ସ ଜାଲରେ ବାଣିଜ୍ୟକର ଅଧିକାରୀ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ବାଣିଜ୍ୟକର ଅଧିକାରୀ ଉମାକାନ୍ତ ମହାକୁଡ଼।CTGST ବାଣିଜ୍ୟକର ଅଧିକାରୀ ଉମାକାନ୍ତ ମହାକୁଡ଼ ଧରାପଡ଼ିଲେ। ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ରମେଶଙ୍କୁ ୨୩ ହଜାର ୬ ଶହ ଟଙ୍କା ଜରିମାନା କରାଯାଇଥିଲା। ଜରିମାନାକୁ ୭୫୦୦ ଟଙ୍କା କରିଦେବା ପାଇଁ ଉମାକାନ୍ତ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରମେଶ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଆଜି ଉକ୍ତ ଅଧିକାରୀ ବ୍ୟବସାୟୀ ରମେଶଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ମାଡ଼ି ବସିଛନ୍ତି। ଅଧିକାରୀଙ୍କ ଟିଟଲାଗଡ଼ ଅଫିସ, ବଲାଙ୍ଗୀରସ୍ଥିତ ଗାନ୍ଧୀନଗର ପଡ଼ା ଘରେ ଓ ସୋନପୁରଠାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିବା ଉପ ଆରକ୍ଷୀ ଅଧୀକ୍ଷକ ପୁଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି।

Leave A Reply

Your email address will not be published.