ଓଡ଼ିଆ ନ୍ୟୁଜ୍: ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ଟଙ୍କା। ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ଆଜିଠାରୁ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ ହିତାଧିକାରୀ।ମାସେ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲରେ କରିହେବ ଆବେଦନ। ୨୧ ବର୍ଷ ହୋଇଥିଲେ କରିହେବ ସୁଭଦ୍ରା ଆବେଦନ।
‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଲାଗି ନଭେମ୍ବର ୧ ଶନିବାରଠାରୁ ପୋର୍ଟାଲ ଖୋଲିବ। ଏହି ପୋର୍ଟାଲ ମାଧ୍ୟମରେ ୨୦ ବର୍ଷ ପୂରି ୨୧ ଚାଲୁଥିବା ଯୁବତୀମାନେ ସୁଭଦ୍ରା ସହାୟତା ପାଇଁ ଆବେଦନ କରିପାରିବେ। ଏଥିସହ ଯେଉଁମାନେ ପୂର୍ବରୁ ଆବେଦନ କରିପାରି ନାହାନ୍ତି, ସେମାନେ ମଧ୍ୟ ସୁଯୋଗ ପାଇବେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ନୂଆପଡ଼ା ଜିଲାକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳର ମହିଳା ଆବେଦନ କରିପାରିବେ।