ଓଡ଼ିଆ ନ୍ୟୁଜ୍: ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ନାଁରେ ଫେକ୍ ଆଇଡି। ସୋସିଆଲ୍ ମିଡିଆରେ ଫେକ୍ ଆଇଡି ଖୋଲି ଟଙ୍କା ମାଗୁଥିବା ଅଭିଯୋଗ।ଠକାମୀରୁ ଦୂରେଇ ରହିବା ପାଇଁ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅପିଲ୍।ବର୍ଷ ହେଲା ଫେକ୍ ଆଇଡି ଚାଲିଛି, ୪ଟି ବ୍ଳକ କରାଯାଇଛି’।ସାଇବର ସେଲ୍ ଓ ଏସପିକୁ ଜଣାଇଛି।
ସୋସିଆଲ ମିଡିଆରେ ଫେକ୍ ଆଇଡି ଖୋଲି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳଙ୍କ ନଜରକୁ ଏହା ଆସିବା ପରେ ଠକାମୀରୁ ଦୂରେଇ ରହିବା ପାଇଁ ଜିଲାପାଳ ନିବେଦନ କରିଛନ୍ତି। ବର୍ଷେ ହେଲା ଫେକ୍ ଆଇଡି ଚାଲିଛି, ୪ଟି ଆଇଡିକୁ ବ୍ଲକ୍ କରାଯାଇଥିବାବେଳେ ଜିଲାପାଳ ଏନେଇ ସାଇବର ସେଲ୍ ଏସ୍ପିଙ୍କୁ ମଧ୍ୟ ଜଣାଇଛନ୍ତି।