ଓଡ଼ିଆ ନ୍ୟୁଜ୍: ବିଜେଡିକୁ ଶକ୍ତ ଝଟ୍କା; ବିଜେପିରେ ମିଶିଲେ ଅମର ପଟ୍ଟନାୟକ। ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ସାମିଲ୍ ହେଲେ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ମିଶିଲେ।ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ଉପସ୍ଥିତ। ବିଜେପିରେ ମିଶିବା ପରେ ଅମର ପଟନାୟକ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି।
ଯେତେବେଳେ ବି ସଂସଦରେ ମୋଦିଙ୍କ ଭାଷଣ ଶୁଣିଛି ପ୍ରଭାବିତ ହୋଇଛି’। ଭାରତକୁ ଆଗକୁ ନେବା ପାଇଁ ତାଙ୍କ ପ୍ରତିଜ୍ଞାବଦ୍ଧତାରେ ମୁଁ ଅନୁପ୍ରାଣିତ।ମୋଦିଙ୍କ ପାଇଁ ଦେଶ ଆଜି ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ପାଇପାରିଛି।‘ରାଜ୍ୟବାସୀଙ୍କ ସେବା ପାଇଁ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲି’।ଏବେ ରାଜ୍ୟର ସେବା ସହ ରାଷ୍ଟ୍ରନିର୍ମାଣରେ ସାମିଲ୍ ହେବାକୁ ଲକ୍ଷ୍ୟ ରଖିଛି।ଦଳ ମୋତେ ଯେଉଁ ଦାୟିତ୍ବ ଦେବ ସାମର୍ଥ୍ୟ ମତେ ସବୁ କିଛି କରିବି’।