୬ ରାଜ୍ୟରେ ୨ରୁ ୩ ଡିଗ୍ରୀ କମିଲା ରାତି ତାପମାତ୍ରା

0

ଓଡ଼ିଆ ନ୍ୟୁଜ୍: ଖସୁଛି ରାତି ତାପମାତ୍ରା ବଢ଼ିପାରେ ଶୀତ।ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ରବିବାର ରାତିର ତାପମାତ୍ରା ଅନେକ ସ୍ଥାନରେ ୨ ଡିଗ୍ରୀ ଖସିଛି । ଦାରିଙ୍ଗିବାଡ଼ି, ଫୁଲବାଣୀ, କୋରାପୁଟ, ଭଦ୍ରକ,ଝାରସୁଗୁଡ଼ା, ଅନୁଗୁଳ ଆଦି ୬ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା ।

ଦାରିଙ୍ଗିବାଡ଼ିରେ ଶନିବାର ୧୯ ଡିଗ୍ରୀ ଥିବାବେଳେ ରବିବାର ଏହା ୧୮ ଡିଗ୍ରୀକୁ ଖସିଥିଲା । କୋରାପୁଟରେ ଶନିବାରର ତାପମାତ୍ରା ୧୫.୮ ଡିଗ୍ରୀ ଥିବାବେଳେ ଏହା ବଢ଼ି ୧୬ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀରେ ୦.୫ ଡିଗ୍ରୀ ବଢ଼ି ରବିବାର ରାତିରେ ୧୮.୫ ଡିଗ୍ରୀ ହୋଇଛି । ଭୁବନେଶ୍ୱରରେ ଶନିବାର ସର୍ବନିମ୍ନ ତଥା ରାତି ତାପମାତ୍ରା ୨୪ ଡିଗ୍ରୀ ରହିଥିଲା ରବିବାର ଏହା ଖସି ୨୨.୬ ଡିଗ୍ରୀ ହୋଇଛି । କଟକର ତାପମାତ୍ରା ଶନିବାର ୨୩ ଡିଗ୍ରୀ ଥିବା ବେଳେ ରବିବାର ଏହା ୨୧.୮ ଡିଗ୍ରୀକୁ ଖସିଥିଲା ।

Leave A Reply

Your email address will not be published.