ଓଡ଼ିଆ ନ୍ୟୁଜ୍: ବିଳାସପୁର ଟ୍ରେନ୍ ଦୁର୍ଘଟଣା ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ମୃତାହତଙ୍କ ପାଇଁ ଗଭୀର ମର୍ମାହତ, ଅସମୟରେ ପରିବାରକୁ ପ୍ରଭୁ ଶକ୍ତି ଦିଅନ୍ତୁ। ଆହତ ବ୍ୟକ୍ତିଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ। ଛତିଶଗଡ଼ର ବିଳାସପୁର ଜିଲ୍ଲାର ଲାଲଖାଦନ ନିକଟରେ ବଡ଼ ଟ୍ରେନ୍ ଦୁର୍ଘଟଣା। ହାଓଡ଼ା ରୁଟରେ ଯାତ୍ରା କରୁଥିବା ଯାତ୍ରୀବାହୀ ଟ୍ରେନ୍ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଥାମିକ ସୂଚନାରୁ ଜଣାପଡ଼ିଛି। ସେପଟେ ଟ୍ରେନ୍ ଦୁର୍ଘଟଣା ନେଇ SECR ପକ୍ଷରୁ ହେଲପ୍ଲାଇନ୍ ଜାରି। ବିଳାସପୁର- ୭୭୭୭୮୫୭୩୩୫/୭୮୬୯୯୫୩୩୩୦।ଚମ୍ପା- ୮୦୮୫୯୫୬୫୨୮ ରାଇଗଡ଼- ୯୭୫୨୪୮୫୬୦୦। ପେଣ୍ଡ୍ରାରୋଡ୍- ୮୨୯୪୭୩୦୧୬୨ କୋର୍ବା- ୭୮୬୯୯୫୩୩୩୦