ଓଡ଼ିଆ ନ୍ୟୁଜ୍: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁ ନେଇ ପୁଅ ଆଣିଲେ ଗୁରୁତର ଅଭିଯୋଗ। ‘ଡିଜେର ବିକଟାଳ ଶବ୍ଦରେ ମୋ ବାପାଙ୍କ ଜୀବନ ଚାଲିଗଲା’।‘କାଲି ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା’।‘କାହାକୁ କହିଲେ ବି କେହି ଶୁଣିଲେନି, ଆମ ଘର ଦୁଲୁକୁଥିଲା’।‘ଏକସଙ୍ଗେ ୩ଟି ଡିଜେ ଗାଡ଼ି କର୍କଶ ଶବ୍ଦ କରି ଶୋଭାଯାତ୍ରା କଲେ’।‘କିପରି ଜଣେ ୭୧ ବର୍ଷୀୟ ଅସୁସ୍ଥ ଲୋକ ଏହାକୁ ସମ୍ଭାଳି ଥାନ୍ତେ’।‘ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା, ଡିଜେ ବାଜିଲା ପରେ ମୃତ୍ୟୁ’।।
ସେପଟେ ଦେବୀ ରଥଙ୍କ ଘର ପାଖରେ ଡିଜେ ବାଜିନି କହିଲେ ସଂଘ ସଭାପତି।‘ମାତ୍ର ଶୋଭାଯାତ୍ରା ବେଳେ ବାଜାକୁ ନେଇ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଜାଣିଛି’।ଡିଜେ ଉପରେ ଅଙ୍କୁଶ, ମାତ୍ର ବାଜାକୁ ନେଇ କୌଣସି କଟକଣା ନାହିଁ।‘ଯେଉଁଥିପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲା, ଆମେ ଦୁଃଖିତ’।‘ଯେଉଁ ବାଜା ଦଳ ଆସିଥିଲା, ତାହା କେନ୍ଦ୍ରାପଡ଼ାର, ଦଣ୍ଡିତ କରାଯାଉ’।