ଓଡ଼ିଆ ନ୍ୟୁଜ୍: ଦେଶ ପାଳୁଛି ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି।ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ। ୧୫୦ ବର୍ଷ ପୂର୍ତ୍ତିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ।‘ବନ୍ଦେ ମାତରମ’ ସଂଗୀତର ମୂଲ୍ୟବୋଧ ବଖାଣିଲେ ପ୍ରଧାନମନ୍ତ୍ରୀ। ‘ବନ୍ଦେ ମାତରମ’ କେବଳ ସଂଗୀତ ନୁହେଁ, ସଂକଳ୍ପ ଅଟେ। ମା’ ଭାରତୀଙ୍କ ସାଧନା, ଶକ୍ତିର ମନ୍ତ୍ର ହେଉଛି ‘ବନ୍ଦେ ମାତରମ’। ୭ ନଭେମ୍ବର ହେଉଛି ଏକ ଐତିହାସିକ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ମା’ ଭାରତୀଙ୍କ ସାଧନା, ଶକ୍ତିର ମନ୍ତ୍ର ହେଉଛି ‘ବନ୍ଦେ ମାତରମ’। ୭ ନଭେମ୍ବର ହେଉଛି ଏକ ଐତିହାସିକ ଦିନ। ‘ବନ୍ଦେ ମାତରମ’ର ରଚୟତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ଏହାସହ ସ୍ବତନ୍ତ୍ର କଏନ ଓ ଷ୍ଟାମ୍ପର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ।