ଓଡ଼ିଶାରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି: ନୀତିନ ଗଡ଼କରୀ

0

ଓଡ଼ିଆ ନ୍ୟୁଜ୍: ରୋଡ୍ସ କଂଗ୍ରେସ ସମାବେଶରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମ୍ବୋଧନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି।ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି ବୋଲି କହିଛନ୍ତି ନୀତିନ ଗଡ଼କରୀ।

ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା।ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକରାତ୍ମକ ଚିନ୍ତା ଓ ଟ୍ରାନ୍ସପରେନ୍ସି ଆବଶ୍ୟକ। ଏଥିସହ ଶୀଘ୍ର ନିଷ୍ପତ୍ତି ନେବା ଦରକାର, ଯାହା ବି ନିଷ୍ପତ୍ତି ନିଅନ୍ତୁ ଶୀଘ୍ର ନିଅନ୍ତୁ। ସଚ୍ଚୋଟ ବି ହେବା ଦରକାର, ଶୀଘ୍ର ନିଷ୍ପତ୍ତି ମଧ୍ୟ ନେବା ଆବଶ୍ୟକ। ଦେଶକୁ ଆଗକୁ ନେବାକୁ ହେଲେ ଏସବୁ ଆବଶ୍ୟକ- ଗଡ଼କରୀ।

ସେପଟେ ନୀତିନ ଗଡ଼କରୀ କହିଛନ୍ତି ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି। ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ନିତିନ ଗଡ଼କରୀଙ୍କ ଘୋଷଣା।’ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ’।ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି ଭବିଷ୍ୟତ।ଦେଶର ଚାଷୀ କେବଳ ଅନ୍ନଦାତା ନୁହନ୍ତି, ଇନ୍ଧନଦାତା ମଧ୍ୟ’।’ଏବେ ଚାଷୀ ଇଥାନଲ୍ ପ୍ରସ୍ତୁତ କରୁଛି, ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି’।ଏହାକୁ ଓଡ଼ିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍ ବୋଲି କହିଲେ ନୀତିନ ଗଡ଼କରୀ।

Leave A Reply

Your email address will not be published.