ଓଡ଼ିଆ ନ୍ୟୁଜ୍: ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କଲେ ଗଡ଼କରୀ।ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ଗଡ଼କରୀଙ୍କ ଉଦ୍ବେଗ ପ୍ରକାଶ। ସଡ଼କ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ କହିଲେ ଗଡ଼କରୀ। ‘ଦୁର୍ଘଟଣାରେ ଦୈନିକ ୪୨୦ ଜଣଙ୍କ ମୃତ୍ୟୁ, ୬୬% ୧୮ରୁ ୩୬ ବର୍ଷ ବୟସର’।’ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ, ରୋଡ୍ ଇଞ୍ଜିନିୟରିଂରେ ତ୍ରୁଟି ହେବାକୁ ଦେବାନି’।DPRରେ ତ୍ରୁଟି ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟେ- ଗଡ଼କରୀ।’ଆମେ ଏହାକୁ ହାଲୁକା ଭାବେ ନେଇ କୌଣସି ସୁଧାର କରି ନଥାଉ’। ‘ଭୂସ୍ଖଳନ ସ୍ଥାନ ଓ ବ୍ଲାକ୍ ସ୍ପଟ୍ ଚିହ୍ନଟ କରନ୍ତୁ, ସଡ଼କ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଉ’ ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ।
‘୨୦୧୪ ପରେ ସଡ଼କ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି’।୧୧ ବର୍ଷରେ ୬୦ ପ୍ରତିଶତ ସଡ଼କ ନିର୍ମାଣ ହୋଇଛି- ମୁଖ୍ୟମନ୍ତ୍ରୀ।’ଗଡ଼କରୀଙ୍କ ଭିଜନ୍ ପାଇଁ ଆଜି ଦେଶର ସଡ଼କପଥ ବିକଶିତ ହୋଇଛି’।ଓଡ଼ିଶାକୁ ବିକଶିତ କରିବାକୁ ଭିଜନ୍ ରଖାଯାଇଛି- ମୁଖ୍ୟମନ୍ତ୍ରୀ। ‘୨୦୨୯ ସୁଦ୍ଧା ୧ ହଜାର କିମି ରାସ୍ତା କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ’।’ପୋର୍ଟ, ରାସ୍ତା ଓ ରେଳପଥର ବିକାଶକୁ ଗୁରୁତ୍ୱ ଦିଆଯାଉଛି’। ‘୨୦୧୪-୨୪ ମଧ୍ୟରେ ସଡ଼କ ପଥର ବିକାଶ ପାଇଁ ୧୦ହଜାର କୋଟି ମିଳିଛି’।ଓଡ଼ିଶାକୁ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଆମ ଭିଜନ୍ ପୂରଣ ହେବ- ମୁଖ୍ୟମନ୍ତ୍ରୀ।