ଓଡ଼ିଆ ନ୍ୟୁଜ୍: ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ । ୨ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ସମସ୍ତେ କେବଳ ଅନଲାଇନରେ ଫର୍ମ ପୂରଣ କରିବେ ।
bseodisha.ac.in ରେ ଲଗ୍ ଅନ୍ କରି ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେହିପରି ସଂସ୍କୃତ ଟୋଲ୍ ପରୀକ୍ଷାର୍ଥୀ ମାନେ ନଭେମ୍ବର ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଅଫଲାଇନରେ ଫର୍ମ ପୂରଣ କରିବେ । ସୂଚନା ଥାଉକି, ୨୦୨୬ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ଚଳିତ ନଭେମ୍ବର ମାସ ୮ ତାରିଖ ଶନିବାରରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।