କୋଠା ଭାଙ୍ଗି ୩ ମୃତ୍ୟୁ, ୨୪ ଘଣ୍ଟାରେ ରିପୋର୍ଟ

0

ଓଡ଼ିଆ ନ୍ୟୁଜ୍: କଟକ ମଣିସାହୁ ଛକରେ କୋଠା ଭାଙ୍ଗି ୩ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କ ସୂଚନା।’CMC କମିଶନର ଓ ସିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ ହୋଇଛି’।’୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି’।’ବେଆଇନ୍ ଭାବେ ନିର୍ମାଣ ଅଭିଯୋଗର ତଦନ୍ତ କରିବେ’।ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ- ଜିଲ୍ଲାପାଳ। ‘ବାକି ଅସୁରକ୍ଷିତ ବିଲ୍ଡିଂ ଭଙ୍ଗା ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ’।’ବର୍ଷା ଋତୁ ଥିବାରୁ ବିଲ୍ଡିଂ ଭଙ୍ଗା ହୋଇ ପାରି ନଥିଲା, ଖୁବଶୀଘ୍ର ଆରମ୍ଭ ହେବ’।

ଏହି କୋଠା ନିର୍ମାଣର ମୂଳ ଅନୁମତି କଟକ ଉନ୍ନୟନ କର୍ତ୍ତୃପକ୍ଷ ଦେଇଥିବାରୁ ଆବଶ୍ୟକୀୟ ଦସ୍ତାବିଜ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରୁ ହାସଲ କରାଯାଇ ଯାଞ୍ଚ କରାଯିବ। ଏହି ଯାଞ୍ଚ କମିଟି ସଂପୃକ୍ତ କୋଠାର ନିର୍ମାଣ ଜନିତ ଦୃଢତା ଏବଂ ସ୍ଥାୟିତ୍ୱକୁ ପରୀକ୍ଷା ନିରୀକ୍ଷା କରିବେ। ଏହି ଅଟ୍ଟାଳିକା ନିର୍ମାଣ ନିମନ୍ତେ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ହାସଲ କରାଯାଇଛି କି ନାହିଁ ଏବଂ ଅନୁମୋଦିତ ଯୋଜନା ତଥା ନିର୍ମାଣ ନିୟମାବଳୀ ଅନୁଯାୟୀ କରାଯାଇଛି କି ନାହିଁ ତାହା ମଧ୍ୟ କମିଟି ଯାଞ୍ଚ କରିବେ। ଏଥିରେ କୌଣସି ପ୍ରକାର ଅବହେଳା ବା ବିଚ୍ୟୁତି ପରିଲକ୍ଷିତ ହେଲେ ସଂପୃକ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ନିଷ୍କର୍ଷ ଏବଂ ସୁପାରିସ ସହ ଏକ ସଂପୂର୍ଣ୍ଣ ରିପୋର୍ଟ କଟକ ମହାନଗର ନିଗମ ଆଯୁକ୍ତ ଏବଂ କଟକ ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷଙ୍କ ମାଧ୍ୟମରେ ଆସନ୍ତା ୨୪ଘଣ୍ଟା

Leave A Reply

Your email address will not be published.