ଡବଲ ଇଞ୍ଜିନ ସରକାର’ ଉପରେ ବର୍ଷିଲେ ଅଖିଳେଶ ଯାଦବ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ସମାଜବାଦୀ ପାର୍ଟିର ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ଲାଗି ପ୍ରଚାର କଲେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଅଖିଳେଶ ସିଂ ଯାଦବ। ସ୍ଥାନୀୟ ପୋଲିସ ପଡ଼ିଆରେ ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି ସେ ନିଜର ଉଦ୍‌ବୋଧନ ଆରମ୍ଭ କରିଥିଲେ।

ଅଖିଳେଶ ଯାଦବ କହିଛନ୍ତି ଯେ ଓଡ଼ିଶାର ରାଜନୈତିକ ଇତିହାସ ସମାଜବାଦୀ ଚିନ୍ତାରେ ବିକଶିତ ହୋଇଛି। କିନ୍ତୁ ଯେଉଁମାନେ ଭାରତୀୟ ଜନତା ପାର୍ଟି (ଭାଜପା)ର ନିକଟତର ହୋଇଛନ୍ତି, ସେମାନେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେ କହିଛନ୍ତି, “ପୂର୍ବରୁ ଏଠାରେ ସରକାର ଚୋରି ହୋଇଛି ଏବଂ ଏବେ ପ୍ରାର୍ଥୀ ଚୋରି ହୋଇଛନ୍ତି।

ଭାଜପା ନେତୃତ୍ୱାଧୀନ ‘ଡବଲ୍ ଇଞ୍ଜିନ’ ସରକାରକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ନୂଆପଡ଼ାରେ ୧ କୋଟି ୨୦ ଲକ୍ଷ ଟଙ୍କାର ବେଆଇନ ମଦ ଓ ଗଞ୍ଜେଇ ଜବତ ହୋଇଛି। ସେ ପ୍ରଶ୍ନ କରିଛନ୍ତି, “ଡବଲ୍ ଇଞ୍ଜିନ ସରକାର କ’ଣ କରୁଛି? ଏହାର ଅର୍ଥ କ’ଣ ଗୋଟିଏ ଇଞ୍ଜିନ ଗଞ୍ଜେଇ ଏବଂ ଅନ୍ୟ ଏକ ଇଞ୍ଜିନ ମଦ ଦାୟିତ୍ୱ ନେଇଛି?”

Leave A Reply

Your email address will not be published.