ଓଡ଼ିଆ ନ୍ୟୁଜ୍: ଦିଲ୍ଲୀର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା ମାନ ୪୦୦ ପାର।ପଞ୍ଜାବିବାଗ୍ରେ AQI-୪୨୫, ବବାନାରେ AQI-410।ଜାହାଙ୍ଗିରପୁରିରେ AQI-୪୦୧ ରେକର୍ଡ, ଦିଶୁନି ରାସ୍ତାଘାଟ। ପଲ୍ୟୁସନ ମାମଲାରେ ବହୁ ସଂଖ୍ୟାରେ ଲୋକେ ଇଣ୍ଡିଆ ଗେଟ୍ରେ ଜମା ହୋଇଥିଲେ। ବିକ୍ଷୋଭ ପ୍ରଦର୍ଶନକାରୀ ସ୍ୱଚ୍ଛ ବାୟୁ ଓ ପାଣିର ଦାବିକୁ ନେଇ କର୍ତ୍ତବ୍ୟ ପଥରେ ରବିବାର ବିରୋଧ ପ୍ରଦର୍ଶନ କରିଥିଲେ। ସେପଟେ ପୁଲିସ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଯୋଗୁଁ ସୁରକ୍ଷା ବଢାଇ ଦେଇଛି। କର୍ତ୍ତବ୍ୟ ପଥ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରି ଦିଆ ଯାଇଛି। ଇଣ୍ଡିଆ ଗେଟ୍ରେ ବହୁ ଫୋର୍ସ ମୁତୟନ କରିଦିଆ ଯାଇଛି। ପୁଲିସ ବାହିନୀ ସହ ଅର୍ଦ୍ଧସୈନିକ ବାହିନୀର ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି। ମାମଲା ବଢିବାର ଦେଖି ପୁଲିସ ଅନେକ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ହେପାଜତକୁ ନେଇଛି।
ବିରୋଧ ପ୍ରଦର୍ଶନକାରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରି କହିଛନ୍ତି ଯେ, ସରକାର ଲୋକଙ୍କୁ ବିଷାକ୍ତ ବାୟୁରେ ନିଃଶ୍ୱାସ ନେବା ପାଇଁ ଛାଡ଼ି ଦେଇଛନ୍ତି। ସରକାର ବଦଳିବା ପରେ ମଧ୍ୟ ପଲ୍ୟୁସନର ମାମଲାରେ କିଛି କରିନାହାନ୍ତି।