ଓଡ଼ିଆ ନ୍ୟୁଜ୍: ବିଧାନସଭା ଶୀତ ଅଧିବେଶନକୁ ଆସିପାରନ୍ତି ରାଷ୍ଟ୍ରପତି।ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ‘ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା’। ‘ପୂରା କାର୍ଯ୍ୟକ୍ରମ ଆସିନାହିଁ, ଆସିବାର ସମ୍ଭାବନା ରହିଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରେ ବିଧାନସଭା ଶୀତକାଳୀନ ଅଧିବଶନ ଆରମ୍ଭ ହୋଇପାରେ । ଅତିରିକ୍ତ ବଜେଟ ଉପସ୍ଥାପିତ ହେବାର ସମ୍ଭାବନା ମଧ୍ୟ ରହିଛି। ନୂଆପଡା ଉପନିର୍ବାଚନ ଫଳାଫଳ ଆସିବା ପରେ ବିଧାନସଭା ଅଧିବେଶନ ବସିପାରେ । ହେଲେ ବର୍ତ୍ତମାନ ଯାଏଁ କୌଣସି ଆଧିକାରିକ ବୟାନ କିମ୍ବା ସ୍ପଷ୍ଟ ସୂଚନା ମିଳିନାହିଁ ।