ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ; ଦୁର୍ଗମ ସ୍ଥାନକୁ ହେଲିକପ୍ଟରରେ ଗଲେ ପୋଲିଂ ଟିମ୍। ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥ୍କୁ ହେଲିକପ୍ଟରରେ ଗଲେ। ସେପଟେ ନୂଆପଡ଼ା ଉପନିର୍ବାଚନ ସୁନାବେଡ଼ା ଅଭୟାରଣ୍ୟ ମାଓ ପ୍ରଭାବିତ ଅତି ସମ୍ବେଦଶୀଳ ୮ ବୁଥ୍ର ଭୋଟରଙ୍କୁ ଭରସା ଦେଇଛନ୍ତି ସିଆରପିଏଫ କମାଣ୍ଡାଣ୍ଟ ଏରିକ ଗିଲବର୍ଟ ଜୋଶ । ସେ କହିଛନ୍ତି, ଭୟଭୀତ ହୁଅନ୍ତୁ ନାହିଁ । ସିଆରପିଏଫ ପକ୍ଷରୁ ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବହୁ ପୂର୍ବରୁ ସର୍ଚ୍ଚ ଅପରେସନ କରାଯାଇଥିଲା ।
ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫର ଏରିଆ ଡମିନେନ୍ସ ରହିଛି । ମାଓଭୟ ନାହିଁ । ଯେହେତୁ ଜଙ୍ଗଲ ରହିଛି, ସେମାନେ ଲୁଚିଛପି ଆସିପାରନ୍ତି । ଏହାକୁ ନେଇ ଫୋର୍ସ ମୁତୟନ ହୋଇ ରହିଛନ୍ତି । ବୁଥ୍ ନିକଟକୁ କୌଣସି ପରିସ୍ଥିତିରେ ମାଓବାଦୀ ଆସିପାରିବେ ନାହିଁ । ପ୍ରତି ବୁଥ୍ର ଆଉଟ୍ ଏରିଆ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପୁରାପୁରି କଡାକଡି କରାଯାଇଛି । ନିର୍ବାଚନ ସୁରୁଖୁରୁରେ ହେବ ।