ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ।i20 କାର୍ରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକର ଫଟୋ ସାମ୍ନାକୁ ଆସିଲା। ସନ୍ଦିଗ୍ଧ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଛି।ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍କିଲ୍ଲା ନିକଟରେ ପାର୍କିଂ ହୋଇଥିଲା।ଅପରାହ୍ନ ୩ଟା ୧୯ରେ ପାର୍କିଂ ହେଲା କାର୍, ୬ଟା ୪୮ରେ ବାହାରିଥିଲା। ସଂଧ୍ୟା ୬ଟା ୫୨ ମିନିଟ୍ରେ ଲାଲ୍କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା।
ପୁଲିସ କହିଛି, ବଦରପୁର ସୀମାରୁ ଲାଲକିଲ୍ଲାର ସୁନହରି ମସଜିଦ ପାର୍କିଂ ଲଟ୍ ଏବଂ ଆଉଟର ରିଙ୍ଗ୍ ରୋଡରୁ କାଶ୍ମୀର ଗେଟ୍ ଦେଇ ଲାଲକିଲ୍ଲା ରୁଟ୍ ପର୍ଯ୍ୟନ୍ତ ଅନେକ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପାଇଁ ପ୍ରାୟ ୨୦୦ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସୂତ୍ର ଅନୁସାରେ, ପ୍ରାୟ ୧୩ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା କିଛି ମିନିଟ୍ ପାଇଁ ସେମାନଙ୍କ କାନକୁ ବଧିର କରିଦେଇଥିଲା। ଏହା ପ୍ରାୟ ଦୁଇ କିଲୋମିଟର ଦୂର ITO ପର୍ଯ୍ୟନ୍ତ ଶୁଣାଯାଇଥିଲା। ଅନେକ ଗାଡ଼ିର ୱିଣ୍ଡସିଲ୍ଡ ଏବଂ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନର ଝରକା ମଧ୍ୟ ଭାଙ୍ଗି ଯାଇଥିଲା।