ଡିସେମ୍ବର ୬ରେ ହୋଇଥାନ୍ତା ସିରିଜ ବିସ୍ଫୋରଣ

0

ଓଡ଼ିଆ ନ୍ୟୁଜ୍: ଡିସେମ୍ବର ୬ରେ ଦୋହଲିଯାଇଥାନ୍ତା ଦେଶ। ଭାରତର ରାଜଧାନୀ ଦିଲ୍ଲୀରେ ଆତଙ୍କୀ ଖେଳିଥାନ୍ତେ ରକ୍ତର ହୋଲି। ଅପରେସନରେ ସାମିଲ କରିଥିଲା ୩୨ଟି କାର୍ । କାହିଁକି, କେଉଁଠି, କେମିତି ଆତଙ୍କୀ କରିଥାନ୍ତେ ବ୍ଲାଷ୍ଟ୍। ଦିଲ୍ଲୀ କାର ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଟିମକୁ ମିଳିଛି ସ୍ତବ୍ଧ କରିଦେବା ଭଳି ତଥ୍ୟ । ଖୋଳତାଡରୁ ଜଣାପଡିଛି, କେବଳ ଦିଲ୍ଲୀ ନୁହେଁ ଦେଶର ବଡ ବଡ ସହର ଆତଙ୍କୀଙ୍କ ରାଡାରରେ ରହିଥିଲା।

୫ଟି ପର୍ଯ୍ୟାୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ। ଟଙ୍କା, ବାରୁଦ ହାତେଇବା ପରେ କେଉଁ କେଉଁ ସ୍ଥାନକୁ ଟାର୍ଗେଟ କରାଯିବ ସେଥିପାଇଁ ଅଗଷ୍ଟରୁ ହୋଇଥିଲା ପ୍ଲାନ୍। ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ୬ ଡିସେମ୍ବରରେ ଆକ୍ରମଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ୩୨ଟି କାର ଯୋଗାଡ କରିଥିଲେ ଆତଙ୍କୀ । ୩ ଲକ୍ଷ ଟଙ୍କାରେ ୨୬ କ୍ବିଣ୍ଟାଲ ଏନପିକେ ବିସ୍ଫୋରକ କିଣିଥିଲେ । ଅନୁମାନ କରନ୍ତୁ ଏତେ ପରିମାଣର ବିସ୍ଫୋରକରେ କେତେ ଭୟଙ୍କର ବିସ୍ଫୋରଣ କରିଥାନ୍ତେ ଆତଙ୍କୀ । ପାକିସ୍ତାନ ଆତଙ୍କୀଙ୍କ ସହଯୋଗରେ ଉକାସାର ନିର୍ଦ୍ଦେଶରେ ଆକ୍ରମଣର ନୀଳନକ୍ସା ତୁର୍କୀରୁ ପ୍ରସ୍ତୁତ ହୋଇଥିଲା ।

Leave A Reply

Your email address will not be published.