ଓଡ଼ିଆ ନ୍ୟୁଜ୍: ବିହାରରେ NDAର ବିପୁଳ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟ୍।ସୁଶାସନ ଓ ବିକାଶର ବିଜୟ ହୋଇଛି କହିଲେ ପ୍ରଧାନମନ୍ତ୍ରୀ ମୋଦି। ଜନକଲ୍ୟାଣ ଭାବନା ଓ ସାମାଜିକ ନ୍ୟାୟର ବିଜୟ ହୋଇଛି।ଏହି ଜନାଦେଶ ଜନତାଙ୍କ ସେବା ଓ ନୂଆ ସଂକଳ୍ପର ସହ କାମ କରିବାକୁ ଶକ୍ତି ଦେବ। ପୂରା ରାଜ୍ୟର ବିକାଶ ପାଇଁ ଏନ୍ଡିଏ କାମ କରିଛି। ଆମ ଟ୍ରାକ୍ ରେକର୍ଡ ଓ ଭିଜନ ପାଇଁ ଆମକୁ ବହୁମତ ମିଳିଛି। ବିହାରର ବିକାଶ, ଭିତ୍ତିଭୂମି, ସଂସ୍କୃତିକୁ ନୂଆ ପରିଚୟ ଦେବାକୁ ଅଧିକ କାମ କରିବୁ।
ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ବିହାର ନିର୍ବାଚନ ଫଳାଫଳକୁ ସୁଶାସନର ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବିକାଶର ବିଜୟ ହୋଇଛି । ଜନ କଲ୍ୟାଣର ଭାବନାର ବିଜୟ ହୋଇଛି । ସାମାଜିକ ନ୍ୟାୟର ବିଜୟ ହୋଇଛି । ମୁଁ ବିହାରରେ ମୋ ପରିବାରର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେ ୨୦୨୫ ବିଧାନସଭା ନିର୍ବାଚନରେ ଏନଡିଏକୁ ଐତିହାସିକ ଏବଂ ଅଭୂତପୂର୍ବ ବିଜୟ ସହିତ ଆଶୀର୍ବାଦ ଦେଇଛନ୍ତି । ଏହି ବିପୁଳ ଜନାଦେଶ ଆମକୁ ଲୋକଙ୍କ ସେବା କରିବାକୁ ଏବଂ ବିହାର ପାଇଁ ନୂତନ ସଂକଳ୍ପ ସହିତ କାମ କରିବାକୁ ସଶକ୍ତ କରିବ ।