ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ।ବିହାରରେ NDAର ବିପୁଳ ବିଜୟ ପରେ ମୋଦିଙ୍କ ସମ୍ବୋଧନ।ଆମେ ଜନତାଙ୍କ ସେବକ, ନିଜ ପରିଶ୍ରମରେ ଜନତାଙ୍କ ହୃଦୟ ଜିତିଥାଉ। ବିହାରରେ ପୁଣି ଥରେ ଏନ୍ଡିଏ ସରକାର କହି କର୍ମକର୍ତ୍ତାଙ୍କୁ ବଧାଇ ଦେଲେ। ବିହାର ଲୋକେ ବିକଶିତ ବିହାର ପାଇଁ ମତଦାନ କରିଛନ୍ତି।ବିହାରରେ ଆଉ ଜଙ୍ଗଲରାଜ ଫେରିବନି- ମୋଦି। NDAକୁ ବିପୁଳ ଭୋଟ୍ ଦେବାକୁ ବିହାରବାସୀଙ୍କୁ ଅନୁରୋଧ କରିଥିଲି।ବିହାରବାସୀ ମୋ ଅନୁରୋଧ ରକ୍ଷା କରିଥିବାରୁ କୃତଜ୍ଞତା ଜଣାଉଛି।କିଛି ଦଳ ତୁଷ୍ଟୀକରଣ MY ରାଜନୀତି କରିଥିଲେ।
ECIକୁ ଗାଳି, ବିଭିନ୍ନ ସଂସ୍ଥାକୁ ଆକ୍ରମଣ, ଭୋଟ୍ ଚୋରି ଅଭିଯୋଗ କଂଗ୍ରେସର କାମ।କଂଗ୍ରେସର ନକରାତ୍ମକ ରାଜନୀତିକୁ ନେଇ ଦଳ ଭିତରେ ଅସନ୍ତୋଷ ରହିଛି।ଆଗକୁ କଂଗ୍ରେସରେ ବଡ଼ ବିଭାଜନ ହୋଇପାରେ- ମୋଦି।ନିଜ ସହଯୋଗୀ ଦଳଙ୍କୁ ମଧ୍ୟ କଂଗ୍ରେସ ବୁଡ଼ାଉଛି।ମୁଁ ପୂର୍ବରୁ କଂଗ୍ରେସର ସହଯୋଗୀ ଦଳକୁ ଚେତାଇ ଥିଲି। କଂଗ୍ରେସ ଠାରୁ ସାବଧାନ ରହିବାକୁ ପରାମର୍ଶ ଦେଇଥିଲି।ଆଜି RJD ପୂରା ନିରାଶ, ଖୁବଶୀଘ୍ର ଉଭୟ ଦଳର କଳି ସାମ୍ନାକୁ ଆସିବ।
ଆଜି RJD ପୂରା ନିରାଶ, ଖୁବଶୀଘ୍ର ଉଭୟ ଦଳର କଳି ସାମ୍ନାକୁ ଆସିବ। ଆଜି ଆମର ଦାୟିତ୍ବ ଆହୁରି ବଢ଼ିଛି, ଆଗାମୀ ୫ ବର୍ଷରେ ବିହାର ଦ୍ରୁତଗତିରେ ବଢ଼ିବ।ବିହାରରେ ଉଦ୍ୟୋଗ ଓ ନିବେଶ ଆସିବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ବିହାରର ଯୁବବର୍ଗ ବିହାରରେ ହିଁ ରୋଜଗାର ପାଇବେ।ଆପଣଙ୍କ ଆଶା ମୋ ସଂକଳ୍ପ, ଆପଣଙ୍କ ଆକାଂକ୍ଷା ମୋର ପ୍ରେରଣା।ସମସ୍ତେ ମିଶି ସମୃଦ୍ଧ ଓ ବିକଶିତ ବିହାର କରିବା- ମୋଦି।