ଓଡ଼ିଆ ନ୍ୟୁଜ୍: ଅଳିଆ ଗଦାରୁ ପୋଲିସ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର।ପୁରୁଣାକଟକ ବାଲିସାହି ଗାଁରେ ଘର ପଛପଟ ଅଳିଆ ଗଦାରୁ ଉଦ୍ଧାର।ମୃତକ ଉଦୟ ରଞ୍ଜନ ପଟ୍ଟନାୟକ; ବାଲିଗୁଡ଼ା ଥାନାରେ କାର୍ଯ୍ୟରତ।ଛୁଟିରେ ଘରକୁ ଆସିଥିଲେ, ପୂର୍ବ ଶତ୍ରୁତାରୁ କେହି ମାରି ଫିଙ୍ଗିଥିବା ସନ୍ଦେହ।
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଧୀନ ଯାଜପୁର ବାଲିସାହି ଗ୍ରାମରେ ଜଣେ କନଷ୍ଟେବଲଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି। ମୃତକ ହେଲେ ପୋଲିସ କନଷ୍ଟେବଲ ଉଦୟ ରଞ୍ଜନ ପଟ୍ଟନାୟକ (୫୪)। ସେ କନ୍ଧମାଳ ଜିଲା ବାଲିଗୁଡା ଥାନାରେ କାର୍ଯ୍ୟରତ ଥିଲେ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସଞ୍ଜୟ ନାଏକ। ଏ ନେଇ ପୁରୁଣାକଟକ ଥାନାରେ ଏକ ମାମଲା (ନଂ.୧୯୪/୨୫) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁସାରେ, କିଛିଦିନ ତଳେ ମୃତ କନଷ୍ଟେବଲ ଉଦୟ ରଞ୍ଜନ ନିଜ ଗ୍ରାମ ଯାଜପୁର ବାଲିସାହିକୁ ଆସିଥିଲେ। ଏହି ସମୟରେ ସେ ସଞ୍ଜୟଙ୍କ ସହିତ ମିଳାମିଶା କରୁଥିଲେ।କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କୁଆଡେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସଞ୍ଚୟ ତାଙ୍କୁ ଏକ ପଥରରେ ଛେଚି ହତ୍ୟା କରିବା ପରେ ଘର ପଛପଟ ଏକ ଅଳିଆ ଗଦାରେ ପୋତିଦେଇଥିଲେ। ମୃତଦେହ ପଚି ଗନ୍ଧ ହେବାରୁ ଶନିବାର ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ସାହାଯ୍ୟରେ ତଦନ୍ତ କରିଥିଲା।