ରାଜ୍ୟରେ ବଢୁଛି ଶୀତ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବଢୁଛି ଶୀତ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଜାଡ଼ ସାଙ୍ଗକୁ ଘନ କୁହୁଡିର ଆସ୍ତରଣରେ ଢାଙ୍କି ହୋଇଯାଇଛି ରାସ୍ତାଘାଟ ଓ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। ରବିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳରେ ଶୀତ ଲହରୀ ବହିପାରେ । ପାଣିପାଗ ବିଭାଗ ଶୀତକୁ ନେଇ ଏହି ପୂର୍ବାନୁମାନ କରିଛି । ଆକଳନ ଅନୁସାରେ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ଖସିବା ସହ ଥଣ୍ଡା ଅନୁଭବ ହେବ ।

ଭୁବନେଶ୍ୱର ଓ କଟକରେ ପାରଦ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୬.୫ ଡିଗ୍ରୀକୁ ଖସିଥିଲା । ଦାରିଙ୍ଗବାଡ଼ି ଓ ଜି ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ରାଉରକେଲାରେ ୧୦.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୦.୩ ଡିଗ୍ରୀ, ଅନୁଗୁଳରେ ୧୦.୬, ଚିପିଲିମାରେ ୧୦.୮, କିରେଇ ଓ କୋରାପୁଟରେ ୧୧.୩, ଭବାନୀପାଟଣାରେ ୧୧.୫ ଓ କେନ୍ଦୁଝରରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ରେକର୍ଡ ହୋଇଛି । ମୋଟ ୧୦ଟି ସହରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଥିଲା ।

Leave A Reply

Your email address will not be published.