ବିସ୍ଫୋରଣସ୍ଥଳରୁ ୯ଏମ୍ଏମ୍ କ୍ୟାଟ୍ରିଜ୍ ଠାବ

0

ଓଡ଼ିଆ ନ୍ୟୁଜ୍: ବିସ୍ଫୋରଣସ୍ଥଳରୁ ୯ଏମ୍ଏମ୍‌ର ୩ ଟି କ୍ୟାଟ୍ରିଜ୍ ଠାବ। ଦୁଇଟି ଅଫୁଟା ଓ ଗୋଟିଏ ଖାଲି ସେଲ୍ ଠାବ କଲା ପୋଲିସ।ଏଥିମଧ୍ୟରୁ ଦୁଇଟି ଅଫୁଟା କ୍ୟାଟ୍ରିଜ୍ ଏବଂ ଗୋଟିଏ ଖାଲି ସେଲ୍ । ସାଧାରଣତଃ ସାଧାରଣ ନାଗରିକଙ୍କ ପାଇଁ ୯ଏମଏମ ପିସ୍ତଲ ଅନୁମତିପ୍ରାପ୍ତ ନୁହେଁ । ଏହି କ୍ୟାଟ୍ରିଜ୍ ସାଧାରଣତଃ କେବଳ ସଶସ୍ତ୍ର ବାହିନୀ କିମ୍ବା ପୁଲିସ ଅଧିକାରୀମାନେ ବ୍ୟବହାର କରନ୍ତି ।

ଘଟଣାସ୍ଥଳରୁ କୌଣସି ପିସ୍ତଲ କିମ୍ବା କୌଣସି ଅଂଶ ମିଳିନାହିଁ । କ୍ୟାଟ୍ରିଜ୍ ମିଳିଥିଲେ ମଧ୍ୟ ଗୁଳି ଚଳାଇବା ପାଇଁ ବ୍ୟବହୃତ ଅସ୍ତ୍ର ଏପର୍ଯ୍ୟନ୍ତ ମିଳିନାହିଁ । କ୍ୟାଟ୍ରିଜ୍ ସେଠାକୁ କିପରି ଆସିଲା ତାର ତଦନ୍ତ ଚାଲିଛି । ତେବେ ଘଟଣାସ୍ଥଳରୁ କୌଣସି ବନ୍ଧୁକ ମିଳିନଥିବାବେଳେ ଖୋକା କେଉଁଠୁ ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାସ୍ଥଳରେ ସେଦିନ ଉପସ୍ଥିତ ଥିବା ପୋଲିସ କିମ୍ବା କୌଣସି ସୁରକ୍ଷା କର୍ମୀଙ୍କୁ ସେଦିନ ଏଭଳି ଅସ୍ତ୍ର ଦିଆଯାଇନଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଛି। ତେଣୁ ଏଭଳି ଅସ୍ତ୍ର ଆତଙ୍କୀ ଡାକ୍ତର ଉମର ହିଁ ବ୍ୟବହାର କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.